ରିପୋର୍ଟ କାର୍ଡ / କଟକ
ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅନ୍ତର୍ଜାତୀୟ ହକି ତାରକା ତଥା ପୁପୋଲିସ ଅଧିକାରୀ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ସିଆଇଡି ପୁନଃତଦନ୍ତ କରିବ। ମାମଲାରେ ଅଭିଯୁକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଇଥିବାରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ବାରା ତଦନ୍ତ କରାଯିବା ସପକ୍ଷରେ ରାୟ ଦେଇ ହାଇକୋର୍ଟ କହିଛନ୍ତି| ଘଟଣାର ସବୁ ଦିଗରୁ ଏହି ବରିଷ୍ଠ ଅଧିକାରୀ ତଦନ୍ତ କରି ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ କରିବେ। ତଦନ୍ତ ସମୟରେ ସଂଗ୍ରହ କରାଯାଇଥିବା ନଥିପତ୍ର, ରେକର୍ଡ, ସଂପୂର୍ଣ୍ଣ କେସ୍ ଡାଏରି ଇତ୍ୟାଦି ପୂର୍ବର ତଦନ୍ତକାରୀ ଅଧିକାରୀ କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତର କରିବେ। ଏହି ଘଟଣାର ନିରପେକ୍ଷ ତଦନ୍ତ ହୋଇ ନଥିବା ନେଇ ଆବେଦନକାରୀ କରିଥିବା ଅଭିଯୋଗ ଯୁକ୍ତିଯୁକ୍ତ ବୋଲି ହାଇକୋର୍ଟ ମତ ଦେବା ସହିତ ସମାନ ତଦନ୍ତକାରୀ ଏଜେନ୍ସିକୁ ପୁନଃତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଉପଯୁକ୍ତ ହେବ ନାହିଁ ବୋଲି କହିଛନ୍ତି। କ୍ରାଇମବ୍ରାଞ୍ଚ ଭଳି ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଦାୟିତ୍ବ ଦେବା ଉପଯୁକ୍ତ।ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..