ରିପୋର୍ଟ କାର୍ଡ / ଆନନ୍ଦପୁର
ପୋଲିସ ବାବୁଙ୍କ ଆମିଷ ସହ ନଗଦ ଟଙ୍କା ଲାଞ୍ଚବେବେ ଚର୍ଚାକୁ ଆସିଛି । ଟଙ୍କା ଆଉ ମାଛ ଦେଲା ପରେ ଯାଇ ଆରମ୍ଭ ହେବ କାମ। ଅପହୃତ ନାବାଳିକାକୁ ଉଦ୍ଧାର କରିବା ପାଇଁ ପୋଲିସ ମାଗିଛି ନଗଦ ୫ ହଜାର ଟଙ୍କା ଲାଞ୍ଚ। ଖାଲି ଟଙ୍କା ନୁହେଁ, ଥାନାବାବୁ ୨ କେଜି ମାଛ ବି ନେଇଥିବା ଅଭିଯୋଗ ଆଣିଛନ୍ତି ଅପହୃତ ନାବାଳିକାଙ୍କ ପରିବାର ଲୋକେ। ଏଭଳି କିଛି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳର କାଠକଟା ପଞ୍ଚାୟତରୁ। ସୂଚନା ମୁତାବକ, ନାବାଳିକାଙ୍କୁ ପାଖ ଗାଁର ଜଣେ ଯୁବକ ଅପହରଣ କରିନେଇଥିବା ପରିବାର ଲୋକେ ଆନନ୍ଦପୁର ଥାନାରେ ଗତ ୫ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପୁରୁଣା ଘାଟି ଗ୍ରାମର ରାଜୁ ପାତ୍ର ସଂପୃକ୍ତ ନାବାଳିକାକୁ ଅପହରଣ କରି ନେଇଥିଲେ। ପରେ ପୁଲିସ ଯୁବକଙ୍କ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ୫ ହଜାର ଟଙ୍କା ଦେଲେ ଝିଅକୁ ୨ ଦିନ ଭିତରେ ଫେରାଇ ଅଣାଯିବ ବୋଲି ଥାନା ଏସ୍ଆଇ କହିଥିବା ନାବାଳିକାଙ୍କ ବାପା ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ଝିଅକୁ ଫେରାଇ ଆଣିବା ପାଇଁ ସେ ପୁଲିସକୁ ୨ କେଜି ମାଛ ମଧ୍ୟ ଦେଇଥିବା କହିଛନ୍ତି। ଅନ୍ୟପକ୍ଷରେ ଝିଅକୁ ଉଦ୍ଧାର କରାଯାଇଛି ମାଛ ଓ ଟଙ୍କା କଥା ସମ୍ପୂର୍ଣ୍ଣ ମିଛ ବୋଲି ଆନନ୍ଦପୁର ଏସ୍ଡିପିଓ କହିଛନ୍ତି।





More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..