Report Card Odisha

| Daily Odia News

କୋଟିଆର ପଞ୍ଚାୟତ ନିର୍ବାଚନ ବିବାଦ ଥମି ନଥିବାବେଳେ, ଆନ୍ଧ୍ର ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଜାରି କରିଛି ବିଜ୍ଞପ୍ତି…..

ରିପୋର୍ଟ କାର୍ଡ / କୋରାପୁର

କୋଟିଆକୁ ଜବର ଦାଖଲ କରିବା ପାଇଁ ଆନ୍ଧ୍ର ଚଳାଇଛି କସରତ | ଆରମ୍ଭ କରି ଦେଇଛି ପୁଣି ଥରେ ମନମାନି| କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ। ଅପ୍ରେଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ୍ ଗ୍ରହଣ ଵେବନେଇ ଜଣାପଡିଛି । ୧୦ ତାରିଖରେ ଭୋଟ୍ ଗଣତି କରାଯିବ। କୋଟିଆର ତଳଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେପଟେ ପାଟୁଚେନୁରୁରେ ମଧ୍ୟ ନିର୍ବାଚନ ପାଇଁ ମଧ୍ୟ ହେବ। ଗଂଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିବାଦ ଥମି ନଥିବାବେଳେ ଆନ୍ଧ୍ର ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ସୂଚନା ଅନୁସାରେ- ଗତ ଫେବ୍ରୁଆରୀ ୧୩ ତାରିଖରେ ଆନ୍ଧ୍ର କୋଟିଆରେ ଏହି ସବୁ ଅଞ୍ଚଳରେ ଜୋରଜବରଦସ୍ତ ନିର୍ବାଚନ କରାଇଥିଲା। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ ନମାନି ନିର୍ବାଚନ କରାଇଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଓଡିଶା ସରକାର ।

 

Breaking News