ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ହେଲେ କରୋନା କଟକଣାକୁ ମାନିବାକୁ ନାରାଜ ଲୋକେ | ଆଜି ଭୁବନେଶ୍ୱରରେ କୋଭିଡ ଗାଇଡ଼ ଲାଇନ ଉଲଂଘନ ଅଭିଯୋଗରେ ଜୟଦେବ ବିହାର ଛକରେ ଥିବା ଘରୋଇ କୋଚିଂ ସେଣ୍ଟର ହାପି କ୍ଲାସେସକୁ ସିଲ୍ କରିଛି ବିଏମସି। ଏହି ଚଢାଉ ପରେ ଆଜି ଦିନ ତାମାମ ବିଏମସି ପକ୍ଷରୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଢ଼ାଉ କରି ଚେକ ହେବ । ବିଏମସିର ୩ଟି ଯାକ ଜୋନରେ ଚଢ଼ାଉ କରାଯିବ ବୋଲି ସୂଚନା ମିଳିଛି । କୋଭିଡ ନିୟମ ଅନୁସାରେ କୋଚିଂ ସେଣ୍ଟରରେ ଛାତ୍ରାଛାତ୍ରୀ ମାନେ ବସିବା, ସାନିଟାଇଜେସନ ବ୍ୟବସ୍ଥା ନଥିବା ସହ ଛାତ୍ରଛାତ୍ରୀ ମାସ୍କ ପିନ୍ଧିନଥିବାରୁ ଏହାକୁ ସାଲି କରାଯାଇଛି। ସୂଚନାଯୋଗ୍ୟ ଗତକାଲି ଦୁଇ ଦିନ ପାଇଁ ଭୁବନେଶ୍ୱରର ସ୍ଥିତ ଏସବିଆଇ ମୁଖ୍ୟ ଶାଖାକୁ ସିଲ୍ କରାଯାଇଛି । ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରେ ୭ କର୍ମଚାରୀ ପଜିଟିଭ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛି ବିଏମସି । ଫଳରେ ୨ ଦିନ ପାଇଁ SBI ମୁଖ୍ୟ କାର୍ଯ୍ୟାଳୟ ବନ୍ଦ ରହିବ ।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ…..
ପୂଜାମଣ୍ଡପ ବୁଲିବେ ମୋହନ ଓ ନବୀନ…..