Report Card Odisha

| Daily Odia News

ଆନ୍ଧ୍ରପ୍ରଦେଶରେ ବାଜିଲା ନିର୍ବାଚନ ବିଗୁଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ସୋମବାର ଦିନ ରାଜ୍ୟରେ ମହିଳାଙ୍କ ସମେତ ବିଭିନ୍ନ ଶ୍ରେଣୀ ପାଇଁ ବିଭିନ୍ନ ପ୍ରକାର କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ଟିଡିପିର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ନାଇଡ଼ୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଜ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ବ ପ୍ରତି ମହିଳାଙ୍କୁ ୧୫୦୦ ଟଙ୍କା ଦିଆଯିବ। ତଲ୍ଲିକି ବନ୍ଦନମ ଯୋଜନା ଅଧୀନରେ ରାଜ୍ୟରେ ପ୍ରତି ମା’ଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ। ଦୀପମ ଯୋଜନା ଅଧୀନରେ ପ୍ରତି ପରିବାରକୁ ୩ଟି ସିଲିଣ୍ଡର ମିଳିବ। ରାଜ୍ୟ‌ରେ ବିଭିନ୍ନ ସରକାରୀ ବିଭାଗରେ ୨୦ ଲକ୍ଷ ପଦବି ପୂରଣ କରାଯିବ। ଯୁବକମାନଙ୍କୁ ଚାକିରି ନମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ମିଳିବ। ନାଇଡୁ କହିଛନ୍ତି, କରୋନା ମହାମାରୀ ସମୟରେ କୃଷକମାନେ ଅନେକ ସଂଘର୍ଷ କରିଛନ୍ତି। ଟିଡିପି ସରକାର ପ୍ରତି ବର୍ଷ ପ୍ରତି କୃଷକଙ୍କୁ କୃଷିଜାତ ଖର୍ଚ୍ଚ ପାଇଁ ୨୦ ହଜାର ଟଙ୍କା ଦେବ। ସେହିପରି ଆନ୍ଧ୍ରପ୍ରଦେଶରେ ପ୍ରତି ଘରେ ସ୍ବଚ୍ଛ ପାନୀୟ ଜଳ ପହଞ୍ଚିବ ବୋଲି ନାଇଡୁ ପ୍ରତିଶ୍ରୁତି ଦେଇଛନ୍ତି।

Breaking News