ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ସଂକ୍ରମଣ ପାଇଁ ପାଖାପାଖି ୨ ବର୍ଷ ହେବ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଥିଲା | ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ୨୮ ତାରିଖରୁ ପିଲାଙ୍କ ପାଇଁ ରାଜ୍ୟରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ସକାଳ ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ପିଲାମାଙ୍କୁ ପାଠ ପଢାହେବ । କରେନା କଟକଣା ସହିତ ପିଲାମାନଙ୍କର ପାଠପଢ଼ା ହେବ । କୌଣସି ଠାରେ ଅସୁବିଧା ଥାଏ, ତାହାହେଲେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ। ସବୁ ଅଙ୍ଗନବାଡି କର୍ମୀ ସମ୍ପୂର୍ଣ୍ଣ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଟିକା ନେଇ ନ ଥାନ୍ତି, ତାହାହେଲେ କାର୍ଯ୍ୟାନୁଷ୍ଠାନ ହେବ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..