Report Card Odisha

| Daily Odia News

ଅଙ୍ଗନୱାଡ଼ି ଦିଦି ଙ୍କ ଡ୍ରଗ୍ସ ବ୍ୟବସାୟ……

 ରିପୋର୍ଟ କାର୍ଡ / ଜଗତସିଂହପୁର

ଅଙ୍ଗନୱାଡ଼ି ଦିଦି କରୁଥିଲେ ବ୍ରାଉନ ସୁଗାର ବେପାର । ଡିୟୁଟି ସରିଲେ ଅଙ୍ଗନୱାଡ଼ି କର୍ମଚାରୀ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରନ୍ତି ବ୍ରାଉନ ସୁଗାର । ପୁରା ଅଞ୍ଚଳରେ ବ୍ୟାପିଛି ଅଙ୍ଗନୱାଡ଼ି ଦିଦି ସନ୍ଧ୍ୟାରାଣୀଙ୍କର ଧଳା ଜହର କାରବାର | ଅଙ୍ଗନୱାଡ଼ି ଦିଦି ଏକା ଏହି କାମ କରୁନଥିଲେ ଦିଦିଙ୍କ ସ୍ୱାମୀ ଥିଲେ ମୁଖ୍ୟ । ସ୍ୱାମୀ କେଦାରନାଥ ଖସିଯାଇଥିବା ବେଳେ ଦିଦି ଜଣଙ୍କ ଧରାପଡ଼ିଯାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କଣ୍ଟିଲୋ ପଞ୍ଚାୟତ ଉରାଳି ଗାଁରେ । ପ୍ରଥମେ ଅଙ୍ଗନୱାଡ଼ିରେ କାର୍ଯ୍ୟ ସାରନ୍ତି ଦିଦି, ଆଉ ତାପରେ ବ୍ରାଉନ ସୁଗାର ବେପାରରେ ଲଗଉପଦଣ୍ଡି । ମିଳିଥିବା ସୂଚନା ମୁତାବକ-ଉରାଳି ଗାଁର କେଦାରନାଥ ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବ୍ରାଉନ ସୁଗାର ବେପାର କରନ୍ତି । ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହେଲାପରେ ଜଗତସିଂପୁର ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ମାଧ୍ୟମରେ ଅଙ୍ଗନବାଡ଼ି କର୍ମି ସନ୍ଧ୍ୟାରାଣୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ଦିଦିଙ୍କ ସ୍ୱାମୀ କେଦାରନାଥ ଖସି ପଳାଇଥିବାବେଳେ ଦିଦି ପୋଲିସ୍ ହାବୁଡ଼ରେ ପଡିଯାଇଥିଲେ । ସନ୍ଧ୍ୟାରାଣୀଙ୍କ ପାଖରୁ ଜବତ ହୋଇଥିଲା ୧୬ ଗ୍ରାମ ବ୍ରାଉନ ସୁଗାର । ଯାହାର ମୂଲ୍ୟ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ସନ୍ଧ୍ୟାରାଣୀ ମହାପାତ୍ର କଣ୍ଟିଲୋ ପଞ୍ଚାୟତର କୋଶିଦା ଗାଁର ଏକ ଅଙ୍ଗନବାଡ଼ିରେ ସହାହିକା କର୍ମୀ ଭାବରେ କାମ କରନ୍ତି । ତେବେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଏଭଳି କାର୍ଯ୍ୟ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Breaking News