ରିପୋର୍ଟ କାର୍ଡ / ଭୁବନେଶ୍ବର
ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଲୋୟର ପିଏମଜିରେ ଅଙ୍ଗନବାଡ଼ି କର୍ମୀମାନେ ଗଣଧାରଣା ଦେଇଛନ୍ତି । ହଜାର ହଜାର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକାଠି ହୋଇଛନ୍ତି । ସେମାନେ ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି ଲାଗି ବି ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଲାଗୁ କରିବା ପାଇଁ ଦାବି କରି ଅଙ୍ଗନବାଡ଼ି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ସହ ହଟ୍ କୁକ ମିଲ୍ ପାଇଁ ମୁଣ୍ଡପିଛା ୭ ଟଙ୍କା ୨୦ ପଇସା ସର୍ବମୋଟ ମିଳୁଥିବା ବେଳେ ଏହାକୁ ବୃଦ୍ଧି ପାଇଁ ବି ଦାବି କରାଯାଇଛି।





More Stories
କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକରା…..
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….