Report Card Odisha

| Daily Odia News

ବନ୍ଦେ ଭାରତକୁ ପଥର ମାରି ଜେଲ୍ ଗଲେ ଦୁଇ…..

ରିପୋର୍ଟ କାର୍ଡ / ଅନୁଗୁଳ

ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍‌ ମଝିରେ ପଥର ମାଡ଼ କରିଥିଲେ | ସେମାନେ ହେଲେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ବେଲବାହାଳିର ସନ୍ତୋଷ କୁମାର ମହାରଣା ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଈପୁରର ବିଜୟ କୁମାର ଲେଙ୍କା । ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ରେଳବାଇ ପୋଲିସର ସିଆଇବି ଓ ତାଳଚେର ଆରପିଏଫ୍‌ ମିଳିତ ଭାବେ ଆମ୍ବୁସ୍‌ ଚଳାଇଥିବା ବେଳେ ଉଭୟ‌‌େ ସନ୍ଦିଗ୍ଧ ଅବସ୍ଥାରେ ଧରାପଡ଼ିଥିଲେ। ପଚରାଉଚରା ବେଳେ ଖୁସିରେ ଟ୍ରେନ୍‌କୁ ପଥର ଫିଙ୍ଗିଥିବା ଉଭୟ ମାନି ଯାଇଥିଲେ। ରେଳବାଇ ପୋଲିସ ଅଭିଯୁକ୍ତ ସନ୍ତୋଷ ଓ ବିଜୟଙ୍କୁ ଢେଙ୍କାନାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ହାଜର କରାଇଥିଲା। ସେଠାରେ ଉଭୟଙ୍କୁ ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ରେଳବାଇ ପୋଲିସ ତରଫରୁ ସି୩ସି-୨୨୫/୨୦୨୩ରେ ରେଳବାଇ ଆକ୍ଟର ୧୫୩, ୧୪୫(ସି) ଓ ୧୪୭ ଦଫାରେ ଏକ ମାମଲା ରୁଜୁ କରାଯାଇଛି।

 

Breaking News