Report Card Odisha

| Daily Odia News

ହୁତୁ ହୁତୁ ହୋଇ ଜଳିଗଲା କଲେଜ ବସ୍….

ରିପୋର୍ଟ କାର୍ଡ / ଅନୁଗୁଳ

ହୁତୁ ହୁତୁ ହୋଇ ଘରୋଇ କଲେଜ ବସ୍ ଜଳିଯାଇଛି | ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ। ସୂଚନା ଅନୁଯାୟୀ, ଆଜି ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ଘରୋଇ କଲେଜ ବସ ରାଧାରମଣପଡ଼ା ନିକଟରେ ଜଳିବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅନୁଗୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସରେ ୨ଜଣ ଛାତ୍ର ଓ ଚାଳକ ଥିଲେ। ବସରୁ ଧୂଆଁ ବାହାରିବା ଦେଖି ଚାଳକ ଓ ଦୁଇ ଜଣ ଛାତ୍ର ବସରୁ ଓହ୍ଲାଇ ପଡ଼ିଥିଲେ। ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ କହିଛନ୍ତି କି ବସରେ କେହି ଛାତ୍ର ନଥିଲେ। ଗାଡ଼ି କାମ କରିବା ପାଇଁ ଗ୍ୟାରେଜକୁ ନେବା ସମୟରେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା।

Breaking News