ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ ନେତା ଅନୀଲ ଦେଶମୁଖଙ୍କୁ ଜାମିନ ମିଳିଛି | ଆଜି ବମ୍ବେ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ଅନୀଲଙ୍କ ବିରୋଧରେ ସିବିଆଇ୧୦୦ କୋଟି ଟଙ୍କାର ଦୁର୍ନୀତି ଓ କ୍ଷମତାର ଅପବ୍ୟବହାର ମାମଲା ଫାଇଲ କରିଥିଲା | ୧ ଲକ୍ଷ ଟଙ୍କାର ମୁଚାଲିକା ବଦଳରେ ବିଚାରପତି ଏମ୍. ଏସ୍. କର୍ଣ୍ଣିକ୍ଙ୍କ ଜଣିକିଆ ଖଣ୍ଡପୀଠ ଦେଶମୁଖଙ୍କୁ ମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ଏହି ଜାମିନ ଆଦେଶ ବିରୋଧରେ ‘ସିବିଆଇ’ ସୁପ୍ରିମ୍ କୋର୍ଟରେ ଆବେଦନ କରିବା ଲାଗି ସମୟ ମାଗିବାରୁ ଖଣ୍ଡପୀଠଙ୍କ ଆଦେଶ ୧୦ ଦିନ ପରେ ଲାଗୁ ହେବ |






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..