ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟାରୀକୁ ବିରୋଧ କରିବାର ଗୋଟିଏ ଦିନ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଇସ୍ତଫାକୁ ନେଇ ଅନିଲ ମଧ୍ୟ ଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ଅନିଲ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିବା ଲେଖିଥିବା ବେଳେ ନିଜର କିଛି ଅସନ୍ତୋଷକୁ ମଧ୍ୟ ବ୍ୟକ୍ତ କରିଛନ୍ତି । ଆଉ ଏକ ଟ୍ୱିଟ୍ ମଧ୍ୟ ଦେଖିବାକୁ ମିଳିଛି କି ବ୍ରିଟିଶ ବ୍ରଡକାଷ୍ଟର ବିବିସିର ମତକୁ ଅଗ୍ରାଧିକାର ଦେବା ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ ବୋଲି ସେ ଦର୍ଶାଇଛନ୍ତି । ଅନିଲ ଆଣ୍ଟୋନୀ ଆହୁରି ଲେଖିଛନ୍ତି, “ଯେଉଁମାନେ ପ୍ରେମ ପ୍ରଚାର କରନ୍ତି ସେମାନେ ଫେସବୁକରେ ମୋ ବିରୁଦ୍ଧରେ ଘୃଣା-ଅପବ୍ୟବହାର କରୁଥିଲେ । ଏହାକୁ କପଟି କୁହାଯାଏ। ଅନୀଲ ଆଣ୍ଟୋନୀ କଂଗ୍ରେସର କେରଳ ସଂଗଠନର ଡିଜିଟାଲ ଯୋଗାଯୋଗ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..