Report Card Odisha

| Daily Odia News

ଉପନିର୍ବାଚନ ପାଇଁ ତାରିଖ ଘୋଷଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସାଂସଦ ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ ପଞ୍ଜାବର ରାଜ୍ୟସଭା ଆସନ ଖାଲିପଡିଥିଲା। ସେପଟେ ୨୦୧୯ରେ ଯେତେବେଳେ ଧାରା ୩୭୦ ଉଚ୍ଛେଦ ହେଲା ସେବେଠାରୁ ଜମ୍ମୁ ଓ କାଶ୍ମୀରର ଚାରୋଟି ରାଜ୍ୟସଭା ଆସନ ଖାଲି ପଡିଛି ।

Breaking News