ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ହେବାକୁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୨୪ରେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ସାଂସଦ ସଞ୍ଜୀବ ଆରୋରାଙ୍କ ଇସ୍ତଫା ପରେ ପଞ୍ଜାବର ରାଜ୍ୟସଭା ଆସନ ଖାଲିପଡିଥିଲା। ସେପଟେ ୨୦୧୯ରେ ଯେତେବେଳେ ଧାରା ୩୭୦ ଉଚ୍ଛେଦ ହେଲା ସେବେଠାରୁ ଜମ୍ମୁ ଓ କାଶ୍ମୀରର ଚାରୋଟି ରାଜ୍ୟସଭା ଆସନ ଖାଲି ପଡିଛି ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..