Report Card Odisha

| Daily Odia News

ଉପନିର୍ବାଚନ ପାଇଁ ତାରିଖ ଘୋଷଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନ କମିଶନ ୪ ରାଜ୍ୟର ପାଞ୍ଚଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଗୁଜରାଟର କାଦି ଏବଂ ବିସାବଦର ବିଧାନସଭା ଆସନ, କେରଳର ନିଲାମ୍ବୁର, ପଞ୍ଜାବର ଲୁଧିଆନା ଏବଂ ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଉପନିର୍ବାଚନ ପାଇଁ ମତଦାନ ତାରିଖ ଜୁନ୍ ୧୯ ସ୍ଥିର କରାଯାଇଛି। ଫଳାଫଳ ଜୁନ୍ ୨୩ ତାରିଖରେ ଆସିବ। ଭାରତୀୟ ନିର୍ବାଚନ କମିଶନ ଗୁଜରାଟ, କେରଳ, ପଞ୍ଜାବ ଏବଂ ପଶ୍ଚିମବଙ୍ଗର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସମସ୍ତ ପାଞ୍ଚଟି ଆସନ ଇସ୍ତଫା କିମ୍ବା ମୃତ୍ୟୁ ଯୋଗୁଁ ଖାଲି ପଡ଼ିଥିଲା | ନିର୍ବାଚନ କମିଶନଙ୍କ ଅନୁଯାୟୀ, ଉପନିର୍ବାଚନ ହେବାକୁ ଥିବା ପାଞ୍ଚଟି ଆସନ ପାଇଁ ଆସନ୍ତାକାଲି ଅର୍ଥାତ୍ ମେ’ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ ୨ ତାରିଖ ରହିଛି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ଜୁନ୍ ୩ ତାରିଖରେ କରାଯିବ। ଜୁନ୍ ୫ ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଏହି ଆସନଗୁଡ଼ିକରେ ସମସ୍ତ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୫ ପୂର୍ବରୁ ସମାପ୍ତ କରିବାକୁ ପଡ଼ିବ।

Breaking News