ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ଏଲ.କେ.ଜି ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନିକୁନି ପିଲାମାନଙ୍କ ଦ୍ୱାରା ବାର୍ଷିକ ପ୍ରକଳ୍ପ ‘ଇକୋ ଏମ୍ପାୟର’ ପ୍ରଦର୍ଶିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହିତ ୧୯୮ ଜଣ ପିଲାଙ୍କ ଦ୍ୱାରା ପ୍ତସ୍ତୁତ ହୋଇଥିବା ୬୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପକୁ ପ୍ରଦର୍ଶନ କରି ଆନନ୍ଦିତ ହେବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟରେ ସର୍ବଦା ଚେଷ୍ଟିତ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଅଭିଭାବକମାନେ ବିପୁଳ ସଂଖ୍ୟାରେ ପରିଦର୍ଶନ କରିବା ସହ କୁନିକଳିକା ମାନଙ୍କ ପ୍ରଚେଷ୍ଟାକୁ ଭୁରିଭୁରି ପ୍ରଶଂସା କରିଥିଲେ । ପ୍ରକାଶଥାଉକି ଶିକ୍ଷାବର୍ଷର ବିଭିନ୍ନ ସମୟରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମୟ ଉପୋଯୋଗୀ ପ୍ରକଳ୍ପ ପ୍ରଦର୍ଶନ କରାଯାଇ ପିଲାମାନଙ୍କୁ ସୃଜନାତ୍ମକ ଗଠନରେ ସହଯୋଗ କରାଯାଇଥାଏ । ପରିବେଶ ସଚେତନତାର ଗୁରୁତ୍ୱକୁ ଉପଲବ୍ଧି କରି ବରିଷ୍ଠ ପର୍ଯ୍ୟବେକ୍ଷିକା ଦୀପାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀ କୋମଳମତି ଶିଶୁମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲା । ବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଂଶସା କରାଯାଇଛି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……