ରିପୋର୍ଟ କାର୍ଡ / ଭୁବନେଶ୍ବର
ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ପ୍ରତିବର୍ଷଭଳି ଚଳିତ ବର୍ଷ ଦୁଇଦିନିଆ ବାର୍ଷିକ ପ୍ରଦର୍ଶନୀ “ଏଡୁଟେକ” ଅନୁଷ୍ଠିତ ହୋଇଯାଇଛି । କରୋନା ଓ ଓମିକ୍ରନ ଭଳି ଜଟିଳ ପରିସ୍ଥିତିରେ ଥାଇ ମଧ୍ୟ ଛାତ୍ରଛାତ୍ରୀମାନେ ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିଥିବାରୁ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ କୁମାର ସାହୁ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହା ପିଲାମାନଙ୍କର ସୃଜନଶୀଳତାର ବିକାଶ ଦିଗରେ ସହାୟକ ହୋଇଥାଏ ବୋଲି ସେ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିଲେ । ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ, ଓଡିଆ, ଇଂରାଜୀ, ସାମାଜିକ ବିଜ୍ଞାନ ଓ ହିନ୍ଦୀ ବିଭାଗରୁ ୧୦୭ଟି ପ୍ରକଳ୍ପରେ ୨୦୭ ଜଣ ବିଦ୍ୟାର୍ଥୀ ଅଂଶଗ୍ରଗହଣ କରିଥିଲେ । ତୃତୀୟରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ନିଜନିଜର ପ୍ରକଳ୍ପକୁ ଉପସ୍ଥାପନ କରିଥିଲେ ଆଭାସୀ ପଟଳ ମାଧ୍ୟମରେ । ବିଚାରକମଣ୍ଡଳୀଙ୍କ ଦ୍ୱାରା ପ୍ରକଳ୍ପଗୁଡିକୁ ବିଚାରକୁ ନିଆଯାଇଥିଲା । ଶିକ୍ଷୟିତ୍ରୀ ଶର୍ମିଳା ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ଓଡିଶୀ ନୃତ୍ୟ ପରିବେଷଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଛାତ୍ରୀ ପ୍ରୀତି ଝଙ୍କାର । ୟୁଟୁବ ମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….
ବସ୍ତି ଭିତରକୁ ପଶିଗଲା ମାଲଗାଡ଼ି ଟ୍ରେନ୍…..