ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିସିସିଆଇ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ ମହାକୁମ୍ଭ। ଦୀର୍ଘ ଦେଢ ମାସ ଧରି ଏବେ ଦେଖିବାକୁ ମିଳିବ ବ୍ୟାଟ ଓ ବଲର ରୋମାଞ୍ଚ। ଆସିବ କ୍ରିକେଟ ଫିବର। ଭାରତର ୧୦ଟି ଗ୍ରାଉଣ୍ଡରେ ଏହି ମେଗା ପ୍ରତିଯୋଗିତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ ଭାଗ ନେବେ ବିଶ୍ବର ଶ୍ରେଷ୍ଠ ୧୦ ଦଳ। ଆୟୋଜକ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ନେଦରଲାଣ୍ଡ୍ସ, ବାଂଲାଦେଶ,ଆଫଗାନିସ୍ତାନ, ଶ୍ରୀଲଙ୍କା ଏଥିରେ ଭାଗ୍ୟ ପରୀକ୍ଷା କରିବେ। ଅହମ୍ମଦାବାର ମୋେଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଗତଥରର ବିଜେତା ଇଂଲଣ୍ଡ ଓ ରନର୍ସଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଗୁରୁବାର ଖେଳାଯିବ। ଏଥି ସହିତ ଉକ୍ତ କ୍ରୀଡ଼ା ମହାକୁମ୍ଭର ଶୁଭାରମ୍ଭ ହେବ। ଏସୀୟ ମହାଦେଶର ଦେଶର ଏହା ହେବ ସର୍ବବୃହତ କ୍ରିକେଟ ମହାକୁମ୍ଭ। ପୂର୍ବରୁ ଭାରତରେ ୧୯୮୭, ୧୯୯୬ ଓ ୨୦୧୧ରେ ଦିନିକିଆ କ୍ରିକେଟ ବିଶ୍ବକପ ଆୟୋଜିତ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଭାରତ ଏକକ ଭାବେ ଉକ୍ତ ପ୍ରତିଯୋଗିତାକୁ ଆୟୋଜନ କରୁଛି।
Discussion about this post