ରିପୋର୍ଟ କାର୍ଡ / ଅନୁଗୁଳ
ରାଜ୍ୟରେ ହାତୀ ମୃତ୍ୟୁ ଘଟଣା ବଢି ବଢି ଚାଲିଛି । ବିଭିନ୍ନ ଜଙ୍ଗଲରେ ଏବଂ ଅଭୟାରଣ୍ୟରେ ହାତୀଙ୍କ ମୃତ୍ୟୁ ଏବେ ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଆଜି ପୁଣି ଏକ ହାତୀର ମୃତ୍ୟୁ ଘଟିଥିବା ଘଟଣା ସାମନାକୁ ଆସିଛି । କାଲିଠୁ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ହାତୀ ମୃତ୍ୟୁବରଣ କରିଛି । ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ସାତକୋଶିଆ କୁଶଖଳି ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲିଠୁ ହାତୀଟି ଅସୁସ୍ଥ ହୋଇ ଚିକିତ୍ସାରତ ଥିଲା । ତେବେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପାଣ ହରାଇଛଇ ଗଜରାଜ । ଏ ନେଇ ଅଞ୍ଚଳର ଡିଏଫଓ ସୂଚନା ଦେଇଛନ୍ତି । ତେବେ ପ୍ରାଣ ହରାଇଥିବା ହାତୀର ବୟସ ୩ରୁ ୪ ବର୍ଷ ବୋଲି ଜଣାଯାଇଛି । ହାତୀର ମୃତ୍ୟୁ ପରେ ଏହାର କାରଣ ଜାଣିବା ପାଇଁ ରକ୍ତ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….