ରିପୋର୍ଟ କାର୍ଡ / ଗଞ୍ଜାମ
ରବିବାର ରାତି ୯ଟାରେ ଅମ୍ବିକା ନଗରରେ ଜଣେ ଯୁବକଙ୍କୁ ଅପରାଧୀ ମାନେ ହାଣିଥିଲେ। ଭିଡିଓ ଭାଇରାଲ ହେବାର ପାଞ୍ଚ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଛି ପୋଲିସ। ଅଭିଯୁକ୍ତର ଦୁଇ ଆଣ୍ଠୁରେ ବାଜିଛି ଗୁଳି। ଗତକାଲିର ଘଟଣା ପରେ ଅଭିଯୁକ୍ତ ଜଗା ଫେରାର ଥିଲା। ବାଉରୀ ସୁକୁଣ୍ଡାରେ ସେ ଥିବା ସୁରାକ ପାଇ ପୁଲିସ ଟିମ ଚଢ଼ାଉ କରିଥିଲା । ପୋଲିସ ଟିମ ପହଂଚିବା ପରେ ଜଗା ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସର ପାଲଟା ଗୁଳି ଚାଳନାରେ ଜଗା ଆହତ ହୋଇଛି। ତାକୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏଏସପି ଆଲୋକ କୁମାର ଜେନା ଓ ଏସଡିପିଓ ପ୍ରିୟସ ଛୋଟରାୟ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଗତକାଲିର ଘଟଣା ପରେ ବ୍ରହ୍ମପୁର ଏସପି ଗମ୍ଭୀରତାର ସହ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ।






More Stories
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ…..