ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚାଲିଯାଇଛି ବାତ୍ୟା ମୋନ୍ଥା। କିନ୍ତୁ ଏବେ ପାଣିପାଗକୁ ନେଇ ପୁଣି ବଡ଼ ଖବର ମିଳିଛି । ଆସୁଛି ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ନଭେମ୍ବର ୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଏହି ଲଘୁଚାପ । ଏବେ ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଆସନ୍ତାକାଲି ତାହା ଲଘୁଚାପରେ ପରିଣତ ହୋଇପାରେ । ଆଣ୍ଡାମାନ ସାଗରକୁ ଆସି ଲଘୁଚାପର ରୂପ ନେବ ଏହି ଘୂର୍ଣ୍ଣିବଳୟ ।ବଡ଼ କଥା ହେଉଛି ଲଘୁଚାପରେ ପରିଣତ ହେବା ପରେ ପରବର୍ତ୍ତୀ ୨-୩ ଦିନରେ ପୂର୍ବ ବଙ୍ଗୋପସାଗରକୁ ଗତି କରିବାର ସମ୍ଭାବନା ରହିଛି । ଫଳରେ ଏହା ଓଡ଼ିଶା ମୁହାଁ ହୋଇପାରେ । ତେବେ ଓଡ଼ିଶା ପ୍ରତି କେତେ ବିପଦ ରହିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିବ ପାଣିପାଗ ବିଭାଗ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..