Report Card Odisha

| Daily Odia News

ଦିଲ୍ଲୀ ବିସ୍ଫୋରଣରେ ଆଉଜଣେ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ ଷଡ଼ଯନ୍ତ୍ରକାରୀକୁ ସୋମବାର ଗିରଫ କରିଛି। ସେ ହେଉଛି ଜସିର ବିଲାଲ ଓ୍ବାନି ଓରଫ ଦାନିଶ। ସେ କାଶ୍ମୀରର ବାସିନ୍ଦା ବୋଲି ଜଣାପଡ଼ିଛି। ଏନଆଇଏ ତା’କୁ ଶ୍ରୀନଗରରୁ ଗିରଫ କରିଛି। ମାମଲାର ତଦନ୍ତ କରୁଥିବା ଏନଆଇଏ ୭୩ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ଦିଲ୍ଲୀ ପୋଲିସ, ଜାମ୍ମୁ-କାଶ୍ମୀର ପୋଲିସ , ହରିୟାଣା ଏବଂ ଉତ୍ତରପ୍ରଦେଶ ପୋଲିସ ସହିତ ମିଶି ଘଟଣା ପଛରେ ରହିଥିବା ବିସ୍ତୃତ ଷଡ଼ଯନ୍ତ୍ରର ଖୋଳତାଡ଼ ଜାରି ରଖିଛି। ଅନ୍ୟପଟେ ଘଟଣାସ୍ଥଳରୁ ଏନଆଇଏ ୩ଟି ୯ ଏମଏମ କାଟ୍ରିଜ ଜବତ କରିଥିଲା। ଏହି ଗୋଳାବାରୁଦ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବା କଷ୍ଟକର। ତେଣୁ ଏହା କେଉଁଠୁ ଆସିଲା ତାହାକୁ ନେଇ ମଧ୍ୟ ତଦନ୍ତ ଚଳାଇଛି ଏନଆଇଏ।

Breaking News