ରିପୋର୍ଟ କାର୍ଡ / ରାୟଗଡା
ରାୟଗଡା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ସୂଚନାଯୋଗ୍ୟ – ବିଶାଖାପାଟଣାରୁ ବକ୍ସାଇଟ୍ ନେଇ ଏକ ମାଲ ବୋଝେଇ ଟ୍ରେନ୍ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିବା ବେଳେ ଅମ୍ବାଦଳା ରେଳ ଷ୍ଟେସନ ନିକଟରୁ ମାତ୍ର ୨ଶହ ମିଟର ଦୂରରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଯାଇଛି । ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇନଥିଲେ ମଧ୍ୟ ରେଳ ବାରମ୍ବାର ଦୁର୍ଘଟଣା ଓ ଲାଇଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..