ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶରେ ଇସ୍ଲାମିକ ଚରମପନ୍ତୀଙ୍କ ହିନ୍ଦୁ ବିରୋଧୀ ଘୃଣା ହିଂସା ଥମୁନାହିଁ। ଲଗାତାର ବିଭିନ୍ନ ହିନ୍ଦୁ ସଂଗଠନ ଓ ମନ୍ଦିରଗୁଡ଼ିକ ଉପରେ ଆକ୍ରମଣ ହେଉଥିବା ବେଳେ ପୁଲିସର ପକ୍ଷପାତମୂଳକ କାର୍ଯ୍ୟାନୁଷ୍ଠାନ ଗମ୍ଭୀର ସ୍ଥିତି ସୃଷ୍ଟି କରିଛି। ଏଭଳି ସମୟରେ ମୁରାଦନଗର ଉପଖଣ୍ଡରେ ଜଣେ ୨୧ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଦୁଷ୍କର୍ମ ମାମଲା ଆଲୋଡ଼ନ ସୃଷ୍ଟି କରିଛି। ମାମଲାରେ ପୋଲିସ ସ୍ଥାନୀୟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ନେତା ଫଜୋର ଅଲ୍ଲୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଅନ୍ୟ ୩ ଜଣଙ୍କୁ ଅଟକ ରଖାଯାଇଛି। ଗତ ୨୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ରାମଚନ୍ଦ୍ରପୁର ପଚକିଟା ଗ୍ରାମର ଫଜୋର ଅଲ୍ଲୀ (୩୮) ପୀଡ଼ିତାଙ୍କ ଘରେ ବଳପୂର୍ବକ ପଶିଥିଲେ। ପୀଡ଼ିତାଙ୍କ ସ୍ୱାମୀ ଦୁବାଇରେ କାମ କରୁଥିବା ବେଳେ ତାଙ୍କ ପରବାରର ଅନ୍ୟ ସଦସ୍ୟମାନେ ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ପୀଡ଼ିତା କବାଟ ଖୋଲିବାକୁ ମନା କରିବାରୁ ଅଲ୍ଲୀ ଜୋରଜବରଦସ୍ତ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ। ସ୍ଥାନୀୟ ଲୋକେ ଅଲ୍ଲୀଙ୍କୁ ଧରି ମାଡ଼ ମାରିଥିଲେ ମଧ୍ୟ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରବିବାର ଭୋର୍ ପ୍ରାୟ ୫ଟା ବେଳେ ଢାକାର ସୟଦାବାଦ ଅଞ୍ଚଳରୁ ପୁଲିସ ଫଜୋର ଅଲ୍ଲୀଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ଅଲ୍ଲୀ ଓ ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କୁ ଗିରଫ କରିଛି। ଜଣେ ହିନ୍ଦୁ ମହିଳାଙ୍କ ପ୍ରତି ଏଭଳି ବର୍ବରତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରଠାରୁ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଟାର୍ଗେଟ୍ ଆକ୍ରମଣ ବଢ଼ିବାରେ ଲାଗିଛି |






More Stories
ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଦରକାର……
ଦେଶରେ ସମାବେଶୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ହେବ…..
ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି,ଲାଠି,ଠେଙ୍ଗାରେ ଆକ୍ରମଣ…..