ରିପୋର୍ଟ କାର୍ଡ / ଭୁବନେଶ୍ବର
ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ଟ୍ୱିଟର ମାଧ୍ୟମରେ ପ୍ରଶ୍ନ ପଚାରିଛନ୍ତି | ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରରେ ପ୍ରଶ୍ନ ପଚାରିଛନ୍ତି ଅନୁଭବ। କିନ୍ତୁ ଏହି ପ୍ରଶ୍ନର କିଛି ଉତ୍ତର ମିଳିନାହିଁ | ଉଭୟ ଅନୁଭବ ଓ ବର୍ଷା ଆକ୍ଷେପ କରିବେ ନହିଁ, କି ଟାର୍ଗେଟ କରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ | କିଛି ଦିନର ନୀରବତା ପରେ ପୁଣି ସୋଶାଲ ମିଡିଆରେ ଅନୁଭବ ପତ୍ନୀ ବର୍ଷା ଙ୍କୁ ଟ୍ୱିଟରରେ ଟାର୍ଗେଟ କରିଛନ୍ତି | ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍କୁ ନିଜ ଟୁଇଟ୍ର ପେଜରେ ପୋଷ୍ଟ କରିଛନ୍ତି ଅନୁଭବ । ତେଣୁ ଏଥିରେ ଥିବା ସ୍ୱର ବର୍ଷା ଏବଂ ତାଙ୍କ ଭଉଣୀଙ୍କର କି ବୋଲି ତାହା ସ୍ପଷ୍ଟ କରନ୍ତୁ ବୋଲି ଅନୁଭବ ଲେଖିଛନ୍ତି । ଏହାକୁ ନେଇ ଫିଲ୍ମ ଓ ରାଜନୀତି କ୍ଷେତ୍ରର ବହୁ ବ୍ୟକ୍ତି ଅନେକ ପ୍ରଶ୍ନ ପଚାରୁଥିବା ଦର୍ଶାଇ ଏହାର ଉତ୍ତର ଆଶା କରୁଥିବା ଲେଖିଛନ୍ତି | ବର୍ଷାଙ୍କୁ ଆଘାତ ଦେବା ତାଙ୍କର ଉଦେଶ୍ୟ ନୁହେଁ । କିନ୍ତୁ ସେ ଓ ତାଙ୍କର ପରିବାର ଭୋଗୁଥିବା ମାନସିକ କଷ୍ଟ ଓ ନିର୍ଯ୍ୟାତନାକୁ ନେଇ ସେ ବିବ୍ରତ ରହୁଥିବା କହିଛନ୍ତି ଅନୁଭବ । ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟୁଇଟ୍ ବୋଲି ଶେଷରେ ଉଲ୍ଲେଖ କରିଛନ୍ତି ଅନୁଭବ ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..