ରିପୋର୍ଟ କାର୍ଡ / ଅନୁଗୋଳ
ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ଆଜି ସକାଳେ ସୁବାସ, ଅନିରୋଦ୍ଧ ଓ ରମେଶ ବଗିଚାରେ କାମ କରୁଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ବଗିଚା ଭିତରକୁ ପଶି ଆସିଥିଲା। ଉଭୟଙ୍କୁ ଆକ୍ରମଣ କରିଥିଲା। ଉଭୟ ଦନ୍ତା ଆକ୍ରମଣରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବଞ୍ଚି ପାରି ନଥିଲେ। ଉଭୟଙ୍କୁ ଦନ୍ତା ଦଳି ଦେଇଥିଲା। ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି।
More Stories
ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି……
ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା…..
ଷ୍ଟାଲିନ୍ଙ୍କ ନିମନ୍ତ୍ରଣ ରଖିଲେ ନବୀନ….