ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିଜ ଦାଦା ୱାଇଏସ୍ ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି | ଜଗନଙ୍କ ବିରୁଦ୍ଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତେଲୁଗ ଦେଶମ ପାର୍ଟି ର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ। ସେ ଶ୍ରିକାକୁଲମରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଏପରି କହିଛନ୍ତି । ଲୋକେଶ କହିଛନ୍ତି, ଜଗନ ମୋହନ ରେଡ୍ଡୀ ତାଙ୍କ ଦାଦା ୱାଇଏସ ବିବେକାନନ୍ଦ ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି। ସେ କ’ଣ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ କରିଥିଲେ | ଅଭିଯୋଗ ଆଣି ନାରା ଲୋକେଶ କହିଛନ୍ତି, ଜଗନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସ୍ ସରକାର ତାଙ୍କ ବାପା ଚନ୍ଦ୍ରବାବୁ ନାଇଡୁଙ୍କୁ 53 ଦିନ କାରାଗାରରେ ବନ୍ଦୀ କରି ରଖିଛନ୍ତି। ଗତ ଚାରିବର୍ଷ ମଧ୍ୟରେ ଟିଡିପି କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି। ଏଥି ସହ ମୋ ନାଁରେ ୨୨ ଟି ମାମଲା ରୁଜୁ ହୋଇଛି, ଯେଉଁଥିରେ ହତ୍ୟା ଉଦ୍ୟମ ତଥା ଅତ୍ୟାଚାର ଭଳି ମାମଲା ଅଛି। ସରକାରୀ ଅଧିକାରୀ ତଥା ୱାଇଏସ୍ ନେତାମାନେ ଜାଣିଶୁଣି ଟିଡିପି ନେତାଙ୍କୁ ଅସୁବିଧାରେ ପକାଉଛନ୍ତି। ଜଗନ ରେଡ୍ଡୀ ଆନ୍ଧ୍ରକୁ ଭାରତର ଗାଞ୍ଜା ରାଜଧାନୀ କରିସାରିଲେଣି। କଣ ଆପଣମାନେ ଜଗନ ରେଡ୍ଡୀଙ୍କୁ ଜେଲ୍ ପଠାଇବାକୁ ପ୍ରସ୍ତତୁ ଅଛନ୍ତି କି ବୋଲି ଜନତାଙ୍କୁ ପଚାରିଛନ୍ତି ନାରା ଲୋକେଶ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..