ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଶନିବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଗାଡ଼ି ଉପରକୁ ପଥର ମାଡ଼ ହେବାରୁ ସେ ଆହତ ହୋଇଛନ୍ତି। ରାଲି ସମୟରେ କିଛି ଦୁର୍ବୃତ୍ତ ମୁଖ୍ୟମନ୍ତ୍ରୀଙ୍କ ବସ୍ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହି ଆକ୍ରମଣରେ ରେଡ୍ଡୀଙ୍କ ବାମ ଆଖିରେ ଆଘାତ ଲାଗିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ବିଜୟୱାଡ଼ାର ସିଂହ ନଗରରେ ଥିବା ବିବେକାନନ୍ଦ ସ୍କୁଲ ସେଣ୍ଟରରେ ତାଙ୍କ ବସ୍ ଭିଡ଼ ଅତିକ୍ରମ କରୁଥିବା ବେଳେ ପଥର ମାଡ଼ ହୋଇଥିଲା। ଆହତ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଡାକ୍ତର ବସ୍ ଭିତରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ପଥର ମାଡ଼ରେ ବ୍ୟସ୍ତ ନ ହୋଇ ସେ ପୁଣି ଥରେ ଗସ୍ତ ଆରମ୍ଭ କରିଥିଲେ ଏବଂ ପାଖାପାଖି ୪ ଘଣ୍ଟା ଧରି ପ୍ରଚାର କରିଥିଲେ।ଏହି ଘଟଣାକୁ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ନିନ୍ଦା କରିଛନ୍ତି। ସେ ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀ ଅଧିକାରୀଙ୍କୁ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି ବିଆରଏସ୍ ନେତା କେ.ଟି ରାମାରାଓ।
More Stories
୨୨ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ରାହୁଲ…..
ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ କେନ୍ଦ୍ରୀୟ ନିଯୁକ୍ତି ପାଇଁ ମନୋନୀତ…..
୨ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି…..