ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆପ୍ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଆତିଶୀ ଏକ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ କଲେ ଆପ୍ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବ ବୋଲି ତାଙ୍କ ପାଖକୁ ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ବେଆଇନ ଭାବେ ବାରମ୍ବାର ନୋଟିସ୍ କରାଯାଉଛି ଏବଂ ଆମେ ଏହା ବିରୋଧରେ ଲଢ଼େଇ ଜାରି ରଖିବୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ୬ ଥର ସମନ ଜାରି ସତ୍ତ୍ବେ କେଜ୍ରିୱାଲ ଜେରା ପାଇଁ ଇଡି ଦପ୍ତର ଯାଇନାହାନ୍ତି। ସୂଚନାଯୋଗ୍ୟ, ଗତକାଲି ଉତ୍ତରପ୍ରଦେଶରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ପରେ ଏବେ ଆଉ କେତେକ ରାଜ୍ୟରେ କଂଗ୍ରେସ ଓ ଆପ୍ ମଧ୍ୟରେ ଆସନ ବୁଝାମଣା ନେଇ ସହମତି ପ୍ରକାଶ ପାଇଛି। ଆଭ୍ୟନ୍ତରୀଣ କଳହରେ ଛଟପଟ ହେଉଥିବା ଇଣ୍ଡି ମେଣ୍ଟ ପାଇଁ ଏହି ବୁଝାମଣା ବହୁତ ବଡ଼ ଆଶ୍ବସ୍ତି ଆଣିଛି । କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟି ଦିଲ୍ଲୀ, ଗୋଆ, ଗୁଜରାଟ ଚଣ୍ଡିଗଡ଼ ଏବଂ ହରିୟାଣାରେ ଆସନ ଭାଗବଣ୍ଟା ନେଇ ସହମତିରେ ଉପନୀତ ହୋଇଥିବା ଆଜି ଦଳୀୟ ସୂତ୍ରରୁ ଜଣପାଡ଼ିଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….