Report Card Odisha

| Daily Odia News

ସିଏମଓରେ ନିଯୁକ୍ତି ହେଲେ ଦେବୀପ୍ରସାଦ ମିଶ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଜି ଆଉ ଜଣେ ଅଫିସରଙ୍କୁ ନିଯୁକ୍ତି ମିଳିଛି । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ବଦଳି ହୋଇଛି । ଶ୍ରୀ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଜୁନ୍ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁସାରେ, ଗତ ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଉପସଚିବ ଦେବୀପ୍ରସାଦ ମିଶ୍ରଙ୍କୁ ତତ୍କାଳ ପ୍ରଭାବରୁ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ନିୟୋଜିତ କରାଯାଇଛି । ଶ୍ରୀ ମିଶ୍ର ତାଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ନଗର ଉନ୍ନୟନ ବିଭାଗରୁ ପାଇବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Breaking News