ରିପୋର୍ଟ କାର୍ଡ / ଭଦ୍ରକ
ଆରଡ଼ିର ବାବା ଆଖଣ୍ଡଳମଣୀ ମନ୍ଦିରରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ବିରୋଧ ହୋଇଛି | ସେ ମନ୍ଦିରରେ ଦର୍ଶନ ସାରି ଯିବା ପରେ ସେବାୟତ ମାନେ ଗୋବର ପାଣି ଓ ଗଙ୍ଗାଜଳ ସିଞ୍ଚନ ଏହାକୁ ପବିତ୍ର କରିଛନ୍ତି। ଗୋ-ମାଂସ ଭକ୍ଷଣକାରୀ କାମିୟା ଜାନିଙ୍କୁ ପାଣ୍ଡିଆନ ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିଛନ୍ତି ବୋଲି ଅଭିଯୋଗ କରି ସେବାୟତମାନେ ଏପରି କାମ କରିଛନ୍ତି। ଆଜି ପାଣ୍ଡିଆନ ଭଦ୍ରକ ଜିଲ୍ଲା ଗ୍ରସ୍ତରେ ଯାଇଥିବା ବେଳେ ପ୍ରଥମେ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିଥିଲେ। ପରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ତା’ପରେ ଆରଡ଼ି ଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ। ପରେ ପରେ ଧାମନଗର ନିର୍ବାଚନ ମଣ୍ଡଳୀ ଅସୁରାଳି ଠାରେ ସାଧାରଣ ସଭାରେ ବି ସାମିଲ ହୋଇଥିଲେ। ସଭାରେ ପହଁଚିବା ପୂର୍ବରୁ ସାଧାରଣ ଲୋକଙ୍କୁ ମଧ୍ୟ ଭେଟିଥିଲେ।ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀର ଭଦ୍ରକ ନେହେରୁ ଷ୍ଟାଡିୟମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ମଞ୍ଜୁର ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ କହିବା ସହ କେତେ ଟଙ୍କା ଓ କେତେ ଯୋଜନା ଭଦ୍ରକ ନିର୍ବାଚନ ମଣ୍ଡଳୀକୁ ଦିଆଯାଇଛି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ଫେଵୃୟାରୀ ମାସରୁ ଲକ୍ଷ୍ମୀ ବସ ଭଦ୍ରକରେ ଚାଲିବ ବୋଲି ଏହି ଅବସରରେ ପାଣ୍ଡିଆନ ସୂଚନା ଦେଇଛନ୍ତି। ଆସନ୍ତା ନୂଆବର୍ଷରେ ବଡ଼ ଘୋଷଣା ହେବ ବୋଲି ସେ କହିଛନ୍ତି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….