ରିପୋର୍ଟ କାର୍ଡ / ଭୁବନେଶ୍ୱର
ବ୍ଲାକମେଲ ଲେଡୀ ଅର୍ଚ୍ଚନା ନାଗ ମାମଲାରେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀଙ୍କର ହେବ ଲାଇ ଡିଟେକ୍ସନ ଟେଷ୍ଟ । ଏହାସହିତ ଝାରପଡା ଜେଲରେ ଉଭୟଙ୍କୁ ମୁହାଁମୁହିଁ ଜେରା କରାଯିବ। ଯଦି କୌଣସି କଥା ସାମ୍ନାକୁ ନଆସିବ ତେବେ ଦୁହିଁଙ୍କ ହେବ ଲାଇ ଡିଟେକ୍ସନ ପରୀକ୍ଷା । ଏନେଇ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ୍ । ଗିରଫଦାରି ସମୟରେ ଉଭୟଙ୍କୁ ପଚରାଉଚରା ହୋଇଥିଲେ ମଧ୍ୟ କେହି କିଛି କହି ନ ଥିବାରୁ ମିଛ ଧରା ମେସିନରେ ଟେଷ୍ଟ କରିବା ପାଇଁ ପୋଲିସ୍ ଯୋଜନା କରିଛି । ଜଗବନ୍ଧୁଙ୍କୁ ପୋଲିସ୍ ବାନ୍ଧିଥିବା ବେଳେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତେଣ ୧୪ ଦିନ ପାଇଁ ତାଙ୍କୁ ଝାରପଡ଼ା ଜେଲ୍ ବିଚାର ବିଭାଗୀୟ ହାଜତକୁପଠାଇ ଦିଆଯାଇଛି । ସେଠାରେ ପୂର୍ବରୁ ରହି ଆସଛୁନ୍ତି ତାଙ୍କ ପତ୍ନୀ ଅର୍ଚ୍ଚନା ନାଗ। ଅର୍ଚ୍ଚନା ମହିଳା ୱାର୍ଡରେ ଥିବା ବେଳେ ଜଗବନ୍ଧୁଙ୍କୁ ପରୁଷ ୱାର୍ଡରେ ରଖାଯାଇଛି । ଅନ୍ୟ ପକ୍ଷେ ସ୍ୱାମୀ ସ୍ତ୍ରୀ ରବିବାରର ପରସ୍ପରକୁ ଦେଖା କରିବେ। ଜେଲ୍ ମାନୁଆଲ ଅନୁସାରେ ଏହି ସାକ୍ଷାତକୁ ଅନୁମତି ରହିଥିବାରୁ ଦେଖା ହେବାର ସମ୍ଭାବନା ରହିଛି। ମହିଳା ୱାର୍ଡର ଏବଂ ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ୧୫ ମିନିଟ ପାଇଁ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ଦେଖା କରି ପାରିବେ ବୋଲି ସୂଚନା ମିଳିଛି।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….