ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପେନ ଡ୍ରାଇଭ, ମୋବାଇଲ, ଲାପଟପ ଓ ଟାବଲଏଡର ଫରେନସିକ ରିପୋର୍ଟ ଆସିଛି। କମିସନରେଟ ପୋଲିସ ପକ୍ଷରୁ ଏସଏଫଏସଏଲ ନିକଟକୁ ପଠାଯାଇଥିବା ଇଲୋକ୍ଟନିକ୍ସ ଗ୍ୟାଜେଟର ଫରେନସିକ ଅନାଲିସିସ ରିପୋର୍ଟ ମିଳିଛି। ଗୋଟିଏ କପି କୋର୍ଟ ଓ ଅନ୍ୟଟି ଡିସିପି ଓ ଆଇଆଇସିଙ୍କୁ ହସ୍ତାନ୍ତର କରିଛନ୍ତି ଏସଏଫଏସଏଲ। ଏହି ରିପୋର୍ଟ ମାଧ୍ୟମରେ ଅର୍ଚ୍ଚନାଙ୍କର କେଉଁ ବଡ଼ବଡ଼ିଆମାନଙ୍କ ସହ ହନିଟ୍ରାପ ଡିଲ୍ ଥିଲା , କେତେ ଟଙ୍କା କାହାଠାରୁ ନେଇଛନ୍ତି ଖୁଲାସା ହେବା ନେଇ ଚର୍ଚ୍ଚା ହେଉଛି | ହାର୍ଡଡିସ୍କରେ ସମସ୍ତ ଡାଟା ଦେଇଛନ୍ତି ଏସଏଫଏସଏଲ। ବିଶେଷକରି ମୋବାଇଲରୁ ଡିଲିଟ ହୋଇଥିବା ଚାଟ,ଲାପଟପରୁ ଡିଲିଟ ହୋଇଥିବା ଡାଟା ଓ ପେନଡ୍ରାଇଭର ରିଟ୍ରାଇଭ ଡାଟାକୁ ରିକଭର କରାଯାଇ ହସ୍ତାନ୍ତର କରାଯାଇଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..