ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିବ ଇଡି | ମୁଖ୍ୟତଃ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଏହି ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଜଣାପଡିଛି । ଏହି ମାମଲାରେ ଜେରାର ସମ୍ମୁଖୀନ ସମସ୍ତଙ୍କର ଅଡିଓ, ଭିଡିଓ ରେକର୍ଡ ବି ଦାଖଲ କରାଯିବ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଅର୍ଚ୍ଚନା, ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ତିନି ଜଣଙ୍କୁ ଇଡି ନୋଟିସ୍ କରିଛି । ଜବତ ହୋଇଥିବା ସମ୍ପତ୍ତି କାହିଁକି ବାଜ୍ୟାପ୍ତି ନହେବ ତାହା ଜଣାଇବାକୁ କାରଣ ଦର୍ଶାଅ ନୋଟିସ କରିଛି ଇଡ଼ି ।
More Stories
ଆସନ୍ତାମାସରୁ ଏଲିଭେଟେଡ୍ କରିଡର କାମ…..
ଜେଲ୍ ଗଲେ ରାଜା, ରହିଛି ବହୁ ବଡ ବଡିଆଙ୍କ ସମ୍ପୃକ୍ତି…..
୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..