Report Card Odisha

| Daily Odia News

କୋର୍ଟରେ କାନ୍ଦିଲେ ଅର୍ଚ୍ଚନା, ସିବିଆଇ ତଦନ୍ତ ହେଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ୱର କୋର୍ଟ କୁ ନିଆଯାଇଥିଲା | ଇଡି ରିମାଣ୍ଡ ଆବେଦନ କରିପାରେ ବୋଲି ସୂଚନା ମିଳିଛି । କୋର୍ଟରେ ହାଜର ହେବା ପରେ କାନ୍ଦିଲେ ଅର୍ଚ୍ଚନା ନାଗ । କହିଲେ , ମୋ କଥା ଦୁଇ ମାସ ହେଲା କେହି ଶୁଣୁନାହାନ୍ତି । ଯାହା କହିବା କଥା ଓକିଲଙ୍କ ମାଧ୍ୟମରେ କୁହାଯାଉ । କୋର୍ଟରୁ ବାହାରିବା ପରେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୋ ଘର ସିସିଟିଭି ସହ ବାଲିଅନ୍ତା ଥାନାର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଉ । ମୋତେ କାହିଁକି ୬ ଦିନ ଯାଏଁ ବାଲିଅନ୍ତା ଥାନାରେ ରଖାଯାଇଥିଲା । ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଗଲେ ସବୁ ତଥ୍ୟ ମିଳିଯିବ ବୋଲି କହିଛନ୍ତି । ସେହିପରି ଏହି ଘଟଣାରେ ଶ୍ରଦ୍ଧାଞ୍ଜଳି ଫେରାର କାହିଁକି । ଏପିରିକି କିଛି ଦିନ ହେଲା ଗଣମାଧ୍ୟମ ମୋ ନାଁରେ ପରିକଳ୍ପିତ ଖବର ଚଳାଉଛନ୍ତି । ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛ ବୋଲି ପଚାରିବାରୁ ସେ ମନା କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।କହିଛନ୍ତି ଯେ, ‘ମୋ ପାଟି, ଆଖି, ମୁହଁ ବନ୍ଦ କରି କୋର୍ଟ ଫରୱାର୍ଡ କରାଗଲା । ମୁଁ ଚାହୁଁଛି ସବୁ ଜିନିଷର ତଦନ୍ତ ହେଉ । ଏହି ମାମଲାର ସିବିଆଇ ତଦନ୍ତ ହେଉ । ତଦନ୍ତ ହେଲେ ହିଁ ସବୁ ସତ ବାହାରକୁ ଆସିବ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । କିଏ ଫସାଇଛି ତାହାର ତଦନ୍ତ ଆପଣମାନେ କରନ୍ତୁ । ସୂଚନାଯୋଗ୍ୟ ଯେ, ଆର୍ଥିକ କାରବାର ନେଇ ଇଡିର ଆବେଦନ ଆଧାରରେ ସୋମବାର ଦିନ କୋର୍ଟରେ ହାଜର ହୋଇଥିଲେ ଅର୍ଚ୍ଚନା । କଡ଼ା ସୁରକ୍ଷା ମଧ୍ୟରେ ଝାରପଡ଼ା ଜେଲ୍‌ରୁ ନେଇ କୋର୍ଟରେ ହାଜର କରାଯାଇଥିଲା । ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ |

Breaking News