ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁନ୍ ୨ରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଗୁଜରାଟ କଂଗ୍ରେସର ପୂର୍ବତନ କାର୍ଯ୍ୟନିର୍ବାହୀ ସଭାପତି ହାର୍ଦ୍ଦିକ ପଟେଲ୍। ସେ ଗତ କିଛି ଦିନ ତଳେ କଂଗ୍ରେସ ଛାଡ଼ିଥିଲେ | ଗତ ମେ ୧୮ ତାରିଖରେ ଟ୍ବିଟ୍ କରି କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା କଥା କହିଥିଲେ। ଟ୍ବିଟ୍ରେ ଲେଖିଥିଲେ ଯେ , ‘ ଆଜି ମୁଁ ଦୃଢ଼ ଆତ୍ମବିଶ୍ବାସର ସହିତ ପଦରୁ ଗୁଜରାଟ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ସଭାପତି ଏବଂ କଂଗ୍ରେସ ପାର୍ଟିର ମୌଳିକ ସଦସ୍ୟ ପଦରୁ ଇସ୍ତଫା ଦେଲି। ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ। ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ ପ୍ରକୃତରେ କାର୍ଯ୍ୟ କରିପାରିବ।’ ପ୍ରାପ୍ତ ସୂଚନା ଅନୁସାରେ, ଏପ୍ରିଲ୍ ମାସରେ ଅହମଦାବାଦ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଟେଲ୍ ଭେଟିଥିଲେ। ତେଣୁ, ସେ ‘ବିଜେପି’ରେ ଯୋଗ ଦେଇ ପାରନ୍ତି ବୋଲି ପୂର୍ବରୁ ଖବର ମିଳୁଥିଲା।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……