ରିପୋର୍ଟ କାର୍ଡ / ସମ୍ବଲପୁର
ଶାଢ଼ି ଚୋରି କରି ଏଆର୍ଆଇ ଗିରଫ ହୋଇଥିବା ଜଣାପଡିଛି | ଘଟଣାଟି ଘଟିଛି ସମ୍ବଲପୁରରେ। ଶାଢ଼ି ଚୋରି କରି ଥିବା ସରକାରୀ ଚାକିରିଆ ମହିଳାନଙ୍କ ନାଁ ସନ୍ଧ୍ୟା ଆନନ୍ଦ ଦୋରା । ସେ ସମ୍ବଲପୁର ଜିଲ୍ଲା ଯୁଯୁମରା ତହସିଲ୍ କାର୍ଯ୍ୟାଳୟରେ ସହକାରୀ ରାଜସ୍ୱ ନିରୀକ୍ଷକ ଅଛନ୍ତି। ସନ୍ଧ୍ୟା ଆନନ୍ଦ ସମ୍ବଲପୁର ସହରର ଭିଏସ୍ଏସ୍ ମାର୍ଗ ସ୍ଥିତ ଏକ ଶୋ’ରୁମ୍ରୁ ଶାଢ଼ି ଚୋରି କରିଥିଲେ। ଏହି ଶାଢ଼ିର ଦାମ ୩୫ ହଜାର ଟଙ୍କା। ଶାଢ଼ିଟିକୁ ସେ ଲୁଚାଇ ନେଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଯାଇଥିଲା। ଅଭିଯୋଗ ପରେ ସିସିଟିଭି ଫୁଟେଜ ଆଧାରରେ ସହକାରୀ ରାଜସ୍ୱ ନିରୀକ୍ଷକ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଗିରଫ କରାଯାଇଛି। ତାଙ୍କ ଠାରୁ ଚୋରି ଶାଢ଼ିଟିକୁ ମଧ୍ୟ ଜବତ କରାଯାଇଛି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..