ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିକୁ ଧରିଛି ପୋଲିସ । ଅଭିଯୁକ୍ତ ନିକଟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ପୋଲିସ ଷ୍ଟିକର ଲାଗିଥିବା ଗାଡ଼ିରେ ଯାତ୍ରା କରୁଥିଲା। ଏବେ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି। କୋଲକାତା ପୋଲିସ କମିଶନର ଭିନୀତ ଗୋୟଲ କହିଛନ୍ତି, ଶେଖ ନୁର୍ ଆଲମ ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ କଲକାତା ପୋଲିସ ତାକୁ ଅଟକାଇଥିଲା। ତଲାସି ନେବାରୁ ତା’ ନିକଟରୁ ଅସ୍ତ୍ରଶସ୍ତ୍ର ଓ ନିଷେଧ ପଦାର୍ଥ ବ୍ୟତୀତ ଅନେକ ଆଇଡି କାର୍ଡ ଜବତ ହୋଇଥିଲା। ଅଭିଯୁକ୍ତ ଜଣକ ପୋଲିସ ଷ୍ଟିକର ଲାଗିଥିବା ଗାଡ଼ିରେ ଯାତ୍ରା କରୁଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆବାସ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..