ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରୁ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ବିସ୍ଫୋରକ ଜବତ କରିଛି ପୋଲିସ | ୨ ବ୍ୟକ୍ତିଙ୍କୁ ଗିରଫ କରାଜିଥିବା ନେଇ ସୂଚନା ମିଳିଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ ଏକ ସୂତ୍ରରୁ ସୂଚନା ମିଳିବା ପରେ ରବିବାର ଦିନ ପୋଲିସ ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହାୟତାରେ ସୁରିଠାରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୫ଟି ଅତ୍ୟାଧୁନିକ ୭ ଏମଏମ ପିସ୍ତଲ, ୧୦ଟି ମାଗାଜିନ, ୩୦ଟି ଗୁଳି ଏବଂ ୨୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଦୁଇଦିନ ପୂର୍ବରୁ ରାଜ୍ୟର ଭାଜପା କାର୍ଯ୍ୟାଳାୟ ନିକଟରୁ ୫୪ଟି ଅଫୁଟା ବୋମା ଜବତ କରାଯାଇଥିଲା।






More Stories
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ….
ପୁରୀରୁ TMC ବିଧାୟକ ଗିରଫ…..