ରିପୋର୍ଟ କାର୍ଡ / କୋଲକାତା
ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରୁ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହିତ ବିସ୍ଫୋରକ ଜବତ କରିଛି ପୋଲିସ | ୨ ବ୍ୟକ୍ତିଙ୍କୁ ଗିରଫ କରାଜିଥିବା ନେଇ ସୂଚନା ମିଳିଛି । ପୋଲିସ ପକ୍ଷରୁ କୁହାଯାଇଛି ଯେ ଏକ ସୂତ୍ରରୁ ସୂଚନା ମିଳିବା ପରେ ରବିବାର ଦିନ ପୋଲିସ ଅଧିକାରୀମାନେ ସ୍ଥାନୀୟ ପ୍ରଶାସନ ସହାୟତାରେ ସୁରିଠାରେ ଏକ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ୫ଟି ଅତ୍ୟାଧୁନିକ ୭ ଏମଏମ ପିସ୍ତଲ, ୧୦ଟି ମାଗାଜିନ, ୩୦ଟି ଗୁଳି ଏବଂ ୨୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ଦୁଇଦିନ ପୂର୍ବରୁ ରାଜ୍ୟର ଭାଜପା କାର୍ଯ୍ୟାଳାୟ ନିକଟରୁ ୫୪ଟି ଅଫୁଟା ବୋମା ଜବତ କରାଯାଇଥିଲା।






More Stories
ଆଜି ସିଏମଏସ-୩ ଉପଗ୍ରହ ଉତ୍କ୍ଷେପଣ……
ସ୍କୁଲରେ ୨୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା,ପ୍ରିନ୍ସପାଲଙ୍କ ସମେତ ୩ ଗିରଫ……
ମନ୍ଦିର ଦଳାଚକଟା ମାମଲା: ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ…..