Report Card Odisha

| Daily Odia News

‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଏମ୍‌.ଏମ୍‌. ନରୱଣେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତିନି ସେବାର ମୁଖ୍ୟମାନଙ୍କୁ ନେଇ ଗଠିତ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ଭାବେ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରୱଣେ ଦାୟିତ୍ବ ଗ୍ରହଣ କରିଛନ୍ତି | ଏନେଇ ସେ ବିଷୟରେ ଅବଗତ ଥିବା ‌ବ୍ୟକ୍ତିବିଶେଷଙ୍କସୂତ୍ରରୁ ବୁଧବାର ଦିନ ଜଣାପଡ଼ିଛି। ଡିସେମ୍ବର ୮ ତାରିଖରେ ଭାରତୀୟ ବାୟୁସେନା ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଜେନେରାଲ୍‌ ବିପିନ ରାୱତ୍‌ଙ୍କ ମୃତ୍ୟୁ ଘଟିବା ପରେ ଉକ୍ତ ପଦବୀ ଖାଲି ପଡ଼ିଥିଲା। ତିନି ସେବା ମୁଖ୍ୟମାନଙ୍କ ମଧ୍ୟରୁ ସବୁଠୁ ବରିଷ୍ଠ ଥିବାରୁ ଜେନେରାଲ୍‌ ନରୱଣେଙ୍କୁ ଉପରୋକ୍ତ କମିଟିର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ବାୟୁସେନା ମୁଖ୍ୟ ଏୟାର୍‌ ମାର୍ସଲ୍‌ ଭି.ଆର୍‌. ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ଆର୍‌. ହରି କୁମାର ଯଥାକ୍ରମେ ସେପ୍ଟମ୍ବର ୩୦ ଏବଂ ନଭେମ୍ବର ୩୦ରେ ନିଜ ନିଜର ପଦବୀରେ ନିଯୁକ୍ତି ପାଇଥିଲେ। ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ସୃଷ୍ଟି କରାଯିବା ପୂର୍ବରୁ ତିନି ସେବାର ସବୁଠୁ ବରିଷ୍ଠ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ର ଅଧ୍ୟକ୍ଷ ହେଉଥିଲେ। ମଙ୍ଗଳବାର ଦିନ ‘ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ କମିଟି’ ଏକତ୍ର ହୋଇ ଜେନେରାଲ୍‌ ରାୱତ୍‌, ତାଙ୍କ ପତ୍ନୀ ମଧୁଲିକା ଏବଂ ସଶସ୍ତ୍ର ସେନାର ଅନ୍ୟ ୧୧ଜଣ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଶୋକସଭା କରିଥିଲେ।ସେମାନେ ପାରସ୍ପରିକ ପ୍ରତିରକ୍ଷା ସହଯୋଗ ବିଷୟରେ ଆଲୋଚନା କରିଥିଲେ ବୋଲି ସେନା କହିଛି।

Breaking News