Report Card Odisha

| Daily Odia News

ଆଜି ଓଡ଼ିଶା ଆସିବେ ସ୍ଥଳ ସେନା ମୁଖ୍ୟ……

ରିପୋର୍ଟ କାର୍ଡ଼ / ଭୁବନେଶ୍ୱର

ଭାରତୀୟ ସ୍ଥଳ ସେନା ମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ସୂଚନା ଅନୁସାରେ ଶ୍ରୀ ଦ୍ବିବେଦୀ ଭୁବନେଶ୍ବରରେ ପହଞ୍ଚିବା ପରେ ୧୨୦ ବାଟାଲିଅନ ମୁଖ୍ୟାଳୟକୁ ଯିବେ। ୨୮ରେ ସେ ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଗୋପାଳପୁରସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜ ଗସ୍ତ କରି ସେଠାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୁଲି ଦେଖିବା ସହିତ ପ୍ରଶିକ୍ଷଣ କାର୍ଯ୍ୟ ତଦାରଖ କରିବେ। ୨୯ରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Breaking News