ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ସହ ୧୪ ବରିଷ୍ଠ ଅଧିକାରୀ ଥିଲେ । ବାୟୁସେନାର ଏମଆଇ ୧୭-ଭି୫ ହେଲିକପ୍ଟର ଥିଲା | ତେବେ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି | ଦୁଇ ପାଇଲଟ, ଜଣେ ଇଞ୍ଜିନିୟର ଓ ଆଉ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । CDS ବିପିନ ରାଓ୍ୱତଙ୍କ ଅବସ୍ଥା ଗୁରୁତର ଅଛନ୍ତି । ତାଙ୍କୁ ବର୍ତ୍ତମାନ ଚିକିତ୍ସା ପାଇଁ ଆର୍ମି ହସ୍ପିଟାରେ ଭର୍ତ୍ତି କରାଯାଇଛି । ଉଟି ଆର୍ମି କ୍ୟାମ୍ପରୁ କାମ ସାରି ଆସୁଥିବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..