Report Card Odisha

| Daily Odia News

ନିଲାମ ହେଲା ଅର୍ପଣ ଚାଉଳ….

ରିପୋର୍ଟ କାର୍ଡ / ପୁରୀ

ପୁରୀ ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ ନିଲାମ ହେଲା ହୋଇଛି । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଅର୍ପଣ ଚାଉଳ ନିଲାମ ହୋଇଛି । ଅର୍ପଣ ଚାଉଳ ନିଲାମ ହୋଇଥିବା ନେଇ ଶୁକ୍ରବାର ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା । ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି । ସୂଚନାନୁଯାୟୀ, ଅକ୍ଟୋବରରେ ୧ରେ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଥିଲେ ପୁରୀ ଜିଲ୍ଲାପାଳ। ଜିଲ୍ଲାପାଳ କହିଥିଲେ, ସ୍ପଟ୍ ଭିଜିଟ୍ କରି ଟେଣ୍ଡର ମାଧ୍ୟମରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ମିଲର ଅର୍ପଣ ଚାଉଳକୁ କିଣିପାରିବେ। ଏଥିରୁ ଯେଉଁ ଟଙ୍କା ମିଳିବ, ତାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା , ତାକୁ ବ୍ୟବହାର କରାଯାଇଛି। ବଳକା ଚାଉଳ ମହାପ୍ରସାଦ ପ୍ରସ୍ତୁତ ଲାଗି ଅନୁପଯୁକ୍ତ ବୋଲି ସୁଆର ମହାସୁଆର ନିଯୋଗ ସ୍ପଷ୍ଟ କରିଛି। ତେଣୁ ବଳକା ଚାଉଳକୁ କ’ଣ କରାଯିବ ବୋଲି ସେ ନେଇ ଆଲୋଚନା କରାଯାଇ ଏକ ପ୍ରସ୍ତାବ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପଠା ଯାଇଥିଲା। ସରକାର ଏହା ଉପରେ ପୁଙ୍ଖାନୁପୁଙ୍ଖ ବିଚାର କରି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । ସବୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଅର୍ପଣ ଚାଉଳ ବିକ୍ରି ନେଇ ନିଷ୍ପତ୍ତି ନିଆଯାଇଥିଲା।

Breaking News