ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲାଞ୍ଚନେଇ ଆଇଆଇସି ଗିରଫ ହୋଇଛନ୍ତି | ୨୦ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ରାଜ୍ୟ ଭିଜିଲାନ୍ସ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ ବ୍ୟବସାୟୀଙ୍କଠୁ ୨୦ହଜାର ଲାଂଚ ନେବା ସମୟରେ ରାଜ୍ୟ ଭିଜିଲାନ୍ସ ତାଙ୍କ ଅଫିସ୍ ଚାମ୍ବର ଭିତରୁ ଏହି ଟଙ୍କା ଜବତ କରିଛି । ସାକ୍ଷୀଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ଜବତ ହୋଇଛି । ତାଙ୍କ ସରକାରୀ କ୍ୱାର୍ଟର୍ସରେ ମଧ୍ୟ ଭିଜିଲାନ୍ସ ଚଢ଼ଉ କରିବା ସହ ତାଙ୍କ ନାଁରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..