ରିପୋର୍ଟ କାର୍ଡ / ପୁରୀ
ପୁରୀ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ପୁରୀ ପୋଲିସ ଗିରଫ କରିଛି । ପୋଲିସର ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତ ମହେଶ ମହାନ୍ତିକୁ ବୁଧବାର ଗିରଫ କରିଥିବାଜଣାପଡିଛି | ଅଭିଯୁକ୍ତ ମହେଶ ମହାନ୍ତିକୁ ଗିରଫ ପରେ ଅଧିକ ପଚରାଉଚରା କରାଯାଉଥିବା ନେଇ ଏକ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଏସପି କନୱର ବିଶାଳ ସିଂ। ସୂଚନା ଅନୁସାରେ- ଗତ ୨୩ ତାରିଖରେ ପୁରୀ ଟାଉନ ଥାନା ଅନ୍ତର୍ଗତ ସିଦ୍ଧବକୁଳ ଲେନରେ ଜଣେ ପାଞ୍ଚ ବର୍ଷର ଶିଶୁ କନ୍ୟାକୁ ଅଭିଯୁକ୍ତ ମହେଶ ମହାନ୍ତି ଅତି ଅମାନୁଷିକ ଭାବେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଏ ନେଇ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ୪ ଦିନ ପରେ ଅଭିଯୁକ୍ତକୁ ଆଜି ପୋଲିସ ଗିରଫ କରିବାରେ ସଫଳ ହୋଇଛି ।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..