ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏକତା କପୁର ତାଙ୍କ ୱେବ୍ ସିରିଜ୍ XXX ସିଜନ୍-୨କୁ ନେଇ ଅଡ଼ୁଆରେ। ଏକତା କପୁର ଓ ତାଙ୍କ ମାଆ ଶୋଭା କପୁରଙ୍କ ବିରୋଧରେ ବେଗୁସରାଇ କୋର୍ଟଙ୍କ ପକ୍ଷରୁ ଗିରଫ ପରୱାନା ଜାରି କରାଯାଇଛି। ଗତ ବର୍ଷ ବିହାରର ବେଗୁସରାଇ କୋର୍ଟରେ ଏହି ସିରିଜ୍ରେ ଦେଖାଯାଇଥିବା ଆପତ୍ତିଜନକ ଦୃଶ୍ୟକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଏବେ ସୈନିକମାନଙ୍କୁ ଅପମାନିତ କରିବା ମାମଲାରେ କୋର୍ଟ ଏକତା ଏବଂ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ସୂଚନାଯୋଗ୍ୟ, ଏହି ୱେବ୍ ସିରିଜରେ ସୈନିକଙ୍କ ପତ୍ନୀଙ୍କର ଅନେକ ଆପତ୍ତିଜନକ ଦୃଶ୍ୟ ଦେଖାଯାଇଥିଲା, ଯାହାକୁ ନେଇ ଗତ ବର୍ଷ ବିହାରର ବେଗୁସରାଇରେ ଏକତା କପୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ୱେବ୍ ସିରିଜରେ ସୈନିକ ଏବଂ ସେମାନଙ୍କ ପତ୍ନୀଙ୍କୁ ଭୁଲ୍ ଚିତ୍ରଣ କରିଛନ୍ତି, ଯେଉଁଥିପାଇଁ ଲୋକଙ୍କ ଭାବନା ଆଘାତ ପାଇଛି। ଏହି ମାମଲାରେ ବେଗୁସରାଇ କୋର୍ଟ ଏକତା କପୁର ଏବଂ ତାଙ୍କ ମାତା ଶୋଭା କପୁରଙ୍କୁ ସମନ ଜାରି କରି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..