Report Card Odisha

| Daily Odia News

୧୪ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ବିଜେପି ବିଧାୟକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପି ବିଧାୟକ ଟି ରାଜା ସିଂ ଙ୍କୁ ଭାରିପଡିଛି ଧର୍ମ ବିରୋଧୀ ମନ୍ତବ୍ୟ ଦେବା | ଇସଲାମ ବିରୋଧରେ ସମାଲୋଚନା କରି ହରଡ଼ ଘଣାରେ ବିଜେପି ବିଧାୟକ ଟି ରାଜା | ଏଥି ପାଇଁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜେପି ବିଧାୟକ ଟି ରାଜା ସିଂ | ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ | ଟି ରାଜା ଙ୍କୁ ହାଇଦ୍ରାବାଦର ଚଞ୍ଚଲଗୁଡା କେନ୍ଦ୍ରୀୟ କାରାଗାରରେ ରଖାଯିବ। ସୋମବାର ଦିନ ବିଜେପି ବିଧାୟକ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକିଙ୍କୁ ସମାଲୋଚନା କରୁଥିବାର ଏକ ଭିଡିଓ ଜାରି କରିଥିଲେ। ସେଥିରେ ‌ସେ ଇସଲାମ ବିରୋଧରେ କହୁଥିବା ସହ ପ୍ରଫେଟ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଉଥିବା ଦେଖାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ସମ୍ପ୍ରଦାୟର ଅନେକ ଲୋକ ରାଜା ସିଂଙ୍କ ଗିରଫ ଦାବିରେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ତାଙ୍କ ବିରୋଧରେ ବହୁ ସଂଖ୍ୟକ ମୁସଲମାନ ଯୁବକ ଗତକାଲି ରାତିରେ ହାଇଦ୍ରାବାଦସ୍ଥିତ କମିଶନରଙ୍କ କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ ‘ସର ତନ ସେ ଜୁଦା’ର ସ୍ଲୋଗାନ ଦେଇଥିଲେ। ପରିସ୍ଥିତି ବିଗୁଡ଼ୁଥିବା ଦେଖି ଟି ରାଜାଙ୍କୁ ପୋଲିସ ଗିରଫ କରିବା ସହ ବିଜେପି ମଙ୍ଗଳବାର ତାଙ୍କୁ ଦଳରୁ ହଟାଇ ଦେଇଥିଲା। ଦଳରୁ ନିଲମ୍ବିତ କରିବା ସହ ତାଙ୍କୁ କାହିଁକି ବହିଷ୍କାର କରାଯିବ ନାହିଁ ତାହାର କାରଣ ଦର୍ଶାଇବାକୁ ପାର୍ଟି ତାଙ୍କୁ ୧୦ଦିନ ସମୟ ଦେଇଥିବା ଜଣାପଡିଛି |

 

 

Breaking News