Report Card Odisha

| Daily Odia News

ଟିଟିଲାଗଡ଼ ଜେଲ୍‌ରୁ ଫେରାର କଏଦୀ ଦିଲ୍ଲୀରୁ ଗିରଫ……

ରିପୋର୍ଟ କାର୍ଡ / ବଲାଙ୍ଗୀର

ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପ-କାରାଗାରରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇଥିଲେ | ସେମାଙ୍କ ମଧ୍ୟରୁ ସୁମିତ ବିହାରୀ ବୋଲି ଜଣେ କଏଦୀଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ଟିଟିଲାଗଡ ପୋଲିସ ଗିରଫ ସୁମିତ ବିହାରୀଙ୍କୁ ଉପ-କାରାଗାରକୁ ନେଇ ସିନ୍‌ ରିକ୍ରେସନ କରାଇବା ସହିତ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସ୍‌ପି ଆର. ଖିଲାରି। ଗତ ୯ ତାରିଖରେ ସୁମିତ ବିହାରୀ ଓ ଶୋଭାବନ ରଣା ଜେଲ୍‌ରୁ ଫେରାର ହୋଇଯାଇଥିଲେ। ଏନେଇ ଜେଲ୍ କର୍ତ୍ତୃପକ୍ଷ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଖୋଦ୍ ଜେଲ ଡିଆଇଜି କୁଳମଣି ବେହେରା କରିବା ପରେ ଦୁଇ ଜଣ ଗାର୍ଡଙ୍କୁ ନିଲମ୍ବନ କରାଯାଇଥିଲା। ଅନ୍ୟତମ ଫେରାର ବିଚାରାଧୀନ କଏଦୀଙ୍କ ନାଁ ଶୋଭାବନ ରଣା। ତାଙ୍କୁ ଧରିବାକୁ ଉଦ୍ୟମ କରୁଛି ଟିଟିଲାଗଡ଼ ପୋଲିସ |

Breaking News