Report Card Odisha

| Daily Odia News

ଠକେଇ ମାମଲାରେ ଏସବିଆଇ ଡେପୁଟି ମ୍ୟାନେଜର ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜାଲରେ ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜର। ୮ କୋଟି ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଛି ଇଓଡବ୍ଲୁ। ତାଙ୍କ ବିରୋଧରେ ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ବି ଧାରାରେ ମାମଲା କରାଯାଇଛି। ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏ ନେଇ ଇଓଡବ୍ଲୁରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ସେ ନିଜର ସଂପର୍କୀୟ ଓ ପରିଚିତ ଲୋକଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି। ୨୦୨୧ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ହୋଇଛି ଏହି ଠକେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାଯାଇଛି।ଅଭିଯୁକ୍ତ ଡେପୁଟି ମ୍ୟାନେଜରଙ୍କ ଅନୁମୋଦନ କ୍ରମେ ୫୯ ଲୋକଙ୍କୁ ଋଣ ଦିଆଯାଇଥିଲା।

Breaking News