Report Card Odisha

| Daily Odia News

ଜେଲ୍‌ରୁ କିପରି ନିର୍ଦ୍ଦେଶ ଦେଲେ କେଜ୍ରିୱାଲ୍‌ ଏହାକୁ ନେଇ ତଦନ୍ତ କରୁଛି ଇଡି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହାଜତରେ ଅରବିନ୍ଦ କେଜ୍ରିୱାଲଙ୍କୁ କମ୍ପ୍ୟୁଟର କିମ୍ବା କାଗଜ ଦିଆଯାଇ ନାହିଁ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପ‌ଷ୍ଟ କରାଯାଇଛି। ଦିଲ୍ଲୀ ମନ୍ତ୍ରୀ ଅତିଶୀଙ୍କ ବିବୃତ୍ତି ପରେ ଉପୁଜିଥିବା ପ୍ରଶ୍ନ ପରେ ଅନୁସନ୍ଧାନକାରୀ ଏଜେନ୍ସି ଏହି ସୂଚନା ପ୍ରଦାନ କରିଛି। ଜାତୀୟ ରାଜଧାନୀର ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ତାଙ୍କ ସରକାରୀ ବାସଭବନରେ ଖୋଜାଖୋଜି ପରେ ଦିଲ୍ଲୀର ମଦ ନୀତି ସହ ଜଡିତ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଇଡି ଗିରଫ କରିଛି। ଶୁକ୍ରବାର ଦିନ ଏକ କୋର୍ଟ ତାଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହେପାଜତକୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ପଠାଇଛନ୍ତି। ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଜଳ ମନ୍ତ୍ରୀ ଅତିଶୀ କହିଛନ୍ତି ଯେ ଜାତୀୟ ରାଜଧାନୀର କେତେକ ଅଞ୍ଚଳରେ ଜଳ ଏବଂ ଜଳ ନିଷ୍କାସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ କେଜ୍ରିୱାଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିନା କାଗଜ ଓ କମ୍ପ୍ୟୁଟର୍‌ରେ ସେ କିପରି ନିର୍ଦ୍ଦେଶ ଦେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦନ୍ତକାରୀ ସଂସ୍ଥା ଏବେ ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି। ଅତିଶୀ କହିଥିଲେ ‌ଯେ ଏହି ନିର୍ଦ୍ଦେଶ କେଜ୍ରିୱାଲ୍‌ ଶନିବାର ଦେଇଥିଲେ। ଯାହାକି ତାଙ୍କ ଆଖିରେ ଲୁହ ଆଣି ଦେଇଥିଲେ। ଜେଲ୍‌ ଭିତରେ ଥାଇ ଜଣେ ବ୍ୟକ୍ତି ଦିଲ୍ଲୀବାସୀଙ୍କ କଥା ଚିନ୍ତା କରୁଥିବା ଦେଖି ଅତିଶୀ ଭାବପ୍ରବଣ ହୋଇପଡ଼ିଥିବା କହିଥିଲେ।

Breaking News