Report Card Odisha

| Daily Odia News

ଜାମିନ ଅବଧି ବଢାଇବାକୁ ସୁପ୍ରିକୋର୍ଟଙ୍କୁ ଅନୁରୋଧ କଲେ କେଜ୍ରିୱାଲ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅନ୍ତରୀଣ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାମିନ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଜାମିନ ଅବଧି ଆଉ ସାତ ଦିନ ବଢାଇବାକୁ ଆଜି କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଏହି ଆବେଦନ କରିଛନ୍ତି କେଜ୍ରିୱାଲ। ଦଳ ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କୁ ଡାକ୍ତରୀ ପରୀକ୍ଷା କରାଇବାକୁ ପଡୁଥିବାରୁ ସେ ଜାମିନ ଅବଧି ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଏହାପରେ ସେ ତିହାର ଜେଲରେ ଥିଲେ। ପରବର୍ତ୍ତୀ ସମୟରେ ଲୋକସଭା ନିର୍ବାଚନ ଚାଲିଥିବାରୁ ପ୍ରଚାର ପାଇଁ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ। ସର୍ତ୍ତ ଅନୁସାରେ ପ୍ରଚାର ସରିବାର ଗୋଟିଏ ଦିନ ପରେ ଅର୍ଥାତ ଜୁନ ୩ରେ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାେ କେଜ୍ରିୱାଲ। କିନ୍ତୁ ସେ ବର୍ତ୍ତମାନ ଜାମିନ ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।

Breaking News